ଭୁବନେଶ୍ବର,(ମୁଖ୍ୟ ଖବର)୧୨/୨-ହଟିଲା ନିଳମ୍ବନ , ମାନସ ରଞ୍ଜନ ଚୌଧୁରୀଙ୍କ ଉପରୁ ନିଳମ୍ବନ ହଟେଇଲେ ଭକ୍ତ ଦାସ। ଶେଷରେ ଅନ୍ତ ଘଟାଇ କଂଗ୍ରେସ ହାଇକମାଣ୍ଡ ଓଡିଶାରେ ଦଳର ମୁଖିଆ ନିଯୁକ୍ତ ପରେ ପରେ ଆକ୍ସନ୍ ମୁଡ଼୍ରେ ଦଳର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଦାସ। ଓଡ଼ିଶା କଂଗ୍ରେସ ସଭାପତି ନିଯୁକ୍ତ ପାଇବା ପରେ ମାନସ ରଞ୍ଜନ ଚୌଧୁରୀଙ୍କ ଉପରୁ ନିଳମ୍ବନ ହଟାଇ କର୍ମିଙ୍କ ମହଲରେ ଖୁସି ଭରି ଦେଇଛି। ଓଡିଶା କଂଗ୍ରେସକୁ ଧୂଳିସାତ କରିଥିବା ତତ୍କାଳୀନ ପିସିସି ସଭାପତି ନିଜ ଦୋଷ କୁ ଘୋଡାଇବା ପାଇଁ ଦଳରୁ ବହିଷ୍କୃତ କରିଥିଲେ। ତେବେ ଭକ୍ତ ଦାସ ପିସିସି ସଭାପତି ହେଉ ହେଉ ନିଳମ୍ବନ ହଟାଇବା କର୍ମିଙ୍କୁ ଉତ୍ସାହିତ କରି ଦେଇଛି। ଶରତ ହାରିଲେ ମାନସ ଜିତିଲେ ବୋଲି କର୍ମିମାନେ କହିଛନ୍ତି। ପୂର୍ବତନ ବିଧାୟକ ତଥା କଂଗ୍ରେସର ପୁରୁଣା…
Read Moreନୂଆ ନିର୍ବାଚନ କମିସନର୍ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା
ଭୁବନେଶ୍ବର, ୬/୨: ଧର୍ମବିହାର କମ୍ୟୁନିଟି ୱେଲ୍ଫେୟାର୍ ଆସୋସିଏସନ୍ ପକ୍ଷରୁ ଓଡ଼ିଶାର ନୂଆ ନିର୍ବାଚନ କମିସନର୍ ମଧୁସୂଦନ ପାଢ଼ୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଧର୍ମବିହାରସ୍ଥିତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସମାରୋହରେ ଆସୋସିଏସନର ସଭାପତି ନିରଞ୍ଜନ ସୁନ୍ଦରାୟ ପୌରୋହିତ୍ୟ କରିଥିଲେ। ସମ୍ପାଦକ ସରୋଜ ବେହେରା ସ୍ବାଗତ ଭାଷଣ ଦେଇଥିଲେ। କୋଷାଧ୍ୟକ୍ଷ ସ୍ବଧାନ୍ବ ପାତ୍ର, ଶିକ୍ଷାବିତ୍ ଆଦିତ୍ୟ ପ୍ରସାଦ ଦାସ, ଗନ୍ଧର୍ବ ବେହେରା, ଶରତ ମିଶ୍ର, ଆଦିତ୍ୟ ପ୍ରସାଦ ରଥ, ଶରତ ଚନ୍ଦ୍ର ପାତ୍ର, ସରୋଜ କୁମାର ସାହୁ, ମୃତ୍ୟୁଞ୍ଜୟ ଦାସ, ଗୀତାଞ୍ଜଳି ମିଶ୍ର, ଅତସୀ ରଥ ଓ ବବିତା ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପ୍ରଶାସକ ଶ୍ରୀ ପାଢ଼ୀଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ। ଶ୍ରୀପାଢ଼ୀ ଏଥି ପାଇଁ କୃତଜ୍ଞତା ଜଣାଇଛନ୍ତି।
Read Moreଚର୍ମ, ଚୁଟି ଓ ଲେଜର ଚିକିତ୍ସା ପାଇଁ ଖୋଲିଲା ପ୍ଲାରିକସ୍ ଆଥେଟିକ୍ର
ଭୁବନେଶ୍ୱର,୨/୨ : – ଚର୍ମ, ଚୁଟି ଓ ଲେଜର ଚିକିତ୍ସା ପାଇଁ ଖୋଲିଲା ପ୍ଲାରିକସ୍ ଆଥେଟିକ୍ର ଚିକିତ୍ସା । ସୂର୍ଯ୍ୟନଗର ଏଲ୍ଆଇସି କାର୍ଯ୍ୟାଳୟ ନିକଟରେ ଏହା ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବିଏମ୍ସି ମେୟର ସୁଲୋଚନା ଦାସ, ସମ୍ମାନୀତ ଅତିଥିଭାବେ ଜଗନ୍ନାଥ ସଂସ୍କୃତି ଗବେଷକ ଅଭିନନ୍ଦନ ଦାସ, ଜିଲ୍ଲା ବିଜେପିର ସାଧାରଣ ସମ୍ପାଦକ ସୁବାଷ ରାଉତ, ଚନ୍ଦ୍ରଶେଖର ମଣ୍ଡଳର ଜୋନ୍ ଯୁବ ନେତା ବିରଞ୍ଚି ନାରାୟଣ ନାୟକ ଯୋଗ ଦେଇଥିଲେ। କ୍ଲିନିକ୍ର ପ୍ରତିଷ୍ଠାତା ଡ଼ ଉନ୍ମେଷ ଜେନା, ନିର୍ଦେଶିକା ରୋଜାଲିନ୍ ରାଉତ ପ୍ରମୁଖ ଯୋଗଦେଇଥିଲେ।
Read Moreକୃଷି ସମୃଦ୍ଧି କରିବ ବଜେଟ୍, ସିଏ ରମେଶ କୁମାର କେଜ୍ରିୱାଲ(ବରିଷ୍ଟ ଅର୍ଥନୀତିଜ୍ଞ ଓ ସମୀକ୍ଷକ)
ଭୁବନେଶ୍ବର, ୨/୨ – ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ୟୁନିଅନ୍ ବଜେଟ୍ 2025-26 ଉପସ୍ଥାପନ କରିବା ପରେ ସାରା ଦେଶରେ ଏହା ଉପରେ ଭିନ୍ନଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତେବେ ୟୁନିୟନ ବଜେଟ୍ ଚାଷୀ ମାନଙ୍କ ପାଇଁ କିସାନ କ୍ରେଡିଟ କାର୍ଡ ରେ ବର୍ଦ୍ଧିତ ଲୋନ ବ୍ୟବସ୍ଥା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ଏବଂ ବର୍ତ୍ତମାନର ପରିସ୍ଥିତି ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ବରିଷ୍ଠ ଅର୍ଥନୀତି ବିଶ୍ଳେଷକ CA ରେମେଶ କୁମାର କେଜରିଓ୍ୱାଲ୍ ମତବ୍ୟକ୍ତ କରିଛନ୍ତି । CA କେଜରିଓ୍ୱାଲ୍ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଚାଷୀ ମାନଙ୍କୁ କେସିସି ଲୋନ 3 ରୁ 5 ଲକ୍ଷ ବୃଦ୍ଧି ଦ୍ୱାରା ଖୁଦ୍ର ଚାଷୀ ଏବଂ କପା ଓ ଡାଲି ଚାଷୀ ମାନେ ଉପକୃତ ହେବେ ତତ ସହିତ ଦୁଗ୍ଧ ଜାତୀୟ ଦ୍ରବ୍ୟ ଉତତ୍ପାଦନ କରୁଥିବା…
Read Moreକୋର୍ଟ ସମ୍ମୁଖରେ ଗାଡ଼ି ରଖିଲେ ଫାଇନ୍ !, ଖୋଲିଲା ବହୁତଳ ପାର୍କିଂ
ଭୁବନେଶ୍ୱର,୧/୨: ଭୁବନେଶ୍ବର କୋର୍ଟ ସମ୍ମୁଖରେ ଆଉ ପାର୍କିଂ ହେବ ନାହିଁ। ନୂତନ କୋର୍ଟ ବିଲ୍ଡିଂର ବହୁତଳ କାର୍ ଓ ବାଇକ୍ ପାର୍କିଂ ବ୍ୟବସ୍ଥା ହୋଇଛି । ଏଣୁ ଆସନ୍ତା ସୋମବାରରୁ କୋର୍ଟ ସମ୍ମୁଖରେ ଗାଡ଼ି ପାର୍କିଂକୁ ବାରଣ କରିଛି ଭୁବନେଶ୍ୱର ଓକିଲ ସଂଘ । ସଂଘ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସମ୍ପାଦକ ଦିପକ କୁମାର ଦାଶ କହିଛନ୍ତି ଯେ ନୂତନ କୋର୍ଟ ବିଲ୍ଡିଂ ତଳେ ବହୁତଳ ପାର୍କିଂ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସକାଳ ୯ରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଓକିଲମାନଙ୍କ ପାଇଁ ନିଶୁକ୍ଲ ପାର୍କିଂ ବ୍ୟବସ୍ଥା ହୋଇଛି। ପ୍ରଥମେ ପାର୍କିଂର ଗୋଟିଏ ମହଲା ଖୋଲାଯାଇଛି। ଏବେ ବିଚାରପତି ଏବଂ ଓକିଲଙ୍କ ଗାଡ଼ି ରଖିବା ସମସ୍ୟା ଦୂର ହେବ। ପ୍ରତିଦିନ କୋର୍ଟ ସମ୍ମୁଖ ରାସ୍ତାରେ ଭୀଷଣ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହେଉଥିଲା। କଳ୍ପନା ଛକରୁ…
Read Moreଭୁବନେଶ୍ବର ଉପକଣ୍ଠ ଜମିର ସରକାରୀ ମୂଲ୍ୟ ବୃଦ୍ଧି ହେଉ, ଭିଡ଼ ହ୍ରାସ ଲାଗି ନୂତନ ରାସ୍ତା ପ୍ରକଳ୍ପକୁ ସ୍ବାଗତ
ଭୁବନେଶ୍ଵର, : ୨୦୨୦/୨୦୩୦ ପରିକଳ୍ପନା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନଥିବା ସତ୍ତ୍ଵେ ନୂତନ ସରକାରଙ୍କର ଭିଡ଼ କମାଇବା ଲାଗି ରିଙ୍ଗ୍ ରୋଡ଼୍ ନକ୍ସା ପ୍ରସ୍ତୁତ କରୁଛନ୍ତି । ଏହା ସ୍ବାଗତ ଯୋଗ୍ୟ , ତେବେ ଭୁବନେଶ୍ଵର ହେଉଛି ମନ୍ଦିରମାଳିନୀର ସହର ଏହି ନୂତନ ରାସ୍ତା ନକ୍ସାରେ ଉକ୍ତ ମନ୍ଦିରମାନଙ୍କୁ ପ୍ରାଧାନ୍ୟ ଦିଆଯିବା ଉଚିତ । ଏହି ରାସ୍ତାରେ ଅଧିଷ୍ଠିତ ପୂରାତନ କୀର୍ତ୍ତି ରାଜି ହଜିନଯାଉ ବୋଲି ଏକାମ୍ର ବିକାଶ ମଞ୍ଚର ସଭାପତି ନାରିନେତ୍ରୀ ରଶ୍ମୀ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ କଳ୍ପନା ଛକରୁ ଶିଶୁଭବନ ପର୍ଯ୍ୟନ୍ତ ରାସ୍ତରେ ରାମେଶ୍ବର, ଲକ୍ଷ୍ମଣଶ୍ଵର, ଆଦି ମନ୍ଦିର ରହିଥଇବା ବେଳେ ଡ଼ମଣା, ବାରିମୁଣ୍ଡ ଆଦି ଅଞ୍ଚଳରେ ଲକ୍ଷେଶ୍ବର ମହାଦେବ, ଚନ୍ଦ୍ରଶେଖରେଶ୍ଵର ଆଦି ମନ୍ଦିରକୁ ସରକାର ଦୃଷ୍ଟି ରଖନ୍ତି। ଏହି ରାସ୍ତା ବେଳେ ଜମି ଅଧିଗ୍ରହଣରେ ଯେଉଁ ବ୍ୟକ୍ତି ଜମି ହରାଇବେ…
Read Moreତ୍ରୀବେଣୀ ବୁଡ଼ ନିକଟରେ ସେବା ଦେଲା ପ୍ରଦୀପ ସେବା ଟ୍ରଷ୍ଟ
ଭୁବନେଶ୍ୱର, ୩୦/୧ : ବାଲିପାଟଣା ବ୍ଲକ ସୀମାନ୍ତ ଅନ୍ତର୍ବେଦୀ ପୀଠ ପୁଣ୍ୟତୋୟା ପ୍ରାଚୀ ନଦୀ କୂଳରେ ପବିତ୍ର ଅମାବାସ୍ୟା ତିଥିରେ ୧୦ହଜାର ସାଧୁସନ୍ଥ ଓ ଶ୍ରଦ୍ଧାଳୁ ବୁଡ଼ ପକାଇଥିଲେ । ଏହି ଅବସରରେ ରାଜଧାନୀର ପ୍ରଦୀପ ସେବା ଟ୍ରଷ୍ଟ ପକ୍ଷରୁ ସେଠାରେ ସେବା ଶିବିର କରାଯାଇଥିଲା । ଭକ୍ତଙ୍କୁ ଜଳ ଯୋଗାଣ, ପ୍ରାଥମିକ ଚିକିତ୍ସା ଓ ଆମ୍ବୁଲାନ୍ସ ସେବା ସହ ବିସ୍କୁଟ୍ ବଂଟନ କରାଯାଇଥିଲା । ଏଥିରେ ଅନ୍ତର୍ବେଦୀ ମଠର ସଭାପତି ହଂସନାଥ ସାହୁ, କୋଷାଧ୍ୟକ୍ଷ ହିମାଂଶୁ ସୁନ୍ଦରାୟ, ଦିଲ୍ଲୀପ କୁମାର ପାତ୍ର, ସୁରେନ୍ଦ୍ର କୁମାର ନାୟକ ପ୍ରମୂଖ ଯୋଗଦେଉ ଉତ୍ସାହିତ କରିଥିଲେ । ଏହାକୁ ପ୍ରଦୀପ ସେବା ଟ୍ରଷ୍ଟର ସଭାପତି ପ୍ରଦୀପ କୁମାର ପୃଷ୍ଟି, ମନୀଷ କୁମାର ରାଉତ, ସମ୍ପାଦିକା ମଧୁସ୍ମିତା ପୃଷ୍ଟି, ମୋନାଲିସା ପ୍ରଧାନ, ସ୍ୱାଗତିକା ରାଓ, ସ୍ନେହାଞ୍ଜଳି ସେଠୀ ପ୍ରମୁଖ ପରିଚାଳନା କରିଥିଲେ…
Read Moreମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ
ଭୁବନେଶ୍ବର,୧୪/୧୨- ମାଜିଷ୍ଟେଟ୍ଙ୍କ ନାମ କହି ଟଙ୍କା ଠକେଇ। ଭୁବନେଶ୍ବର କୋର୍ଟ ନିକଟରେ ଏକ ମାଜିଷ୍ଟେଟ୍ଙ୍କ ନାମରେ ଟଙ୍କା ଠକେଇ ନେବା ଘଟଣା ଚର୍ଚା ପାଲଟିଛି। ନିଜକୁ ଏକ ଗଣମାଧ୍ୟମର ପ୍ରତିନିଧି କହୁଥିବା ଜଣେ ଯୁବକ ଏପରି କରିଛି। ଓକିଲାତି ଲାଇସେନ୍ସ ନଥିବା ବେଳେ ଉକ୍ତ ଯୁବକ ଓକିଲାତି କରୁଥିବା ଥା କହି କଳା ସାର୍ଟ କଳା ପ୍ୟାଣ୍ଟ୍ ପିନ୍ଧି ଏକ କଳା କାର୍ଟ ପିନ୍ଧି ଏପରି ଠକେଇ କରିଛି। ଏନେଇ ଉକ୍ତ ଯୁବକଙ୍କ ନାମରେ ରାଜ୍ୟ ଆଇନଜୀବୀ ପରିଷଦ ଓ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରାଯିବ ବୋଲି ଜଣାପଡ଼ିଛି।
Read Moreବ୍ରେକ୍ ମାରିଲ ଚକା ସ୍ଲିପ୍ , ରାସ୍ତାରୁ ବାଲି ସଫା ଅଭିଯାନ
ଭୁବନେଶ୍ବର,୨୦/୧୧-ରାସ୍ତାରେ ବାଲି ବିଛାଇ ହୋଇ ପଡ଼ିଥିଲେ ହେଁ ବିଏମ୍ସି ପକ୍ଷରୁ ସଫେଇ କରିବାକୁ ଚିନ୍ତା କରିପାରୁନି। ରାସ୍ତା ଉପରେ ବାଲି ପଡ଼ି ରହୁଥିବାରୁ ଦୁଇ ଚକିଆ ଗାଡ଼ି ଗଲାବେଳେ ହଠାତ୍ ଯଦି କିଏ ବ୍ରେକ୍ ମାରିଦେଉଛି ତେବେ ଚକା ସ୍ଲିପ୍ କରିଯାଉଛି। ଏହିଭଳି ଦୁର୍ଘଟଣା ପ୍ରତିଦିନ ରାଜଧାନୀରେ ଘଟୁଛି। ସେହିପରି ବିଏମ୍ସି ୫୯ ନମ୍ବର ୱାର୍ଡ ନୂଆଗାଁ ଆଖପାଖରେ ଘଟୁଥିବାରୁ ଏପରି ଦୁର୍ଘଟଣାକୁ ଏଡାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଯୁବକ। ସାମନ୍ତରାପୁର ନୂଆଗାଁ ମାରୁତି ନଗର ଡେପଲ୍ପମେଣ୍ଟ୍ କମିଟି ବାଲି ସଫେଇ ପାଇଁ ନିଷ୍ପତି ନେଇଛି। ଏନେଇ ଆଜି ବାଲି ସଫା ଅଭିଯାନ ଆରମ୍ଭ କରିଛନ୍ତି। ବିଭିନ୍ନ ପିଚୁ ରାସ୍ତା ଓ ଫେବର ବ୍ଲକ୍ ରାସ୍ତା ଉପରୁ ବାଲିକୁ ସଫା କରିଛନ୍ତି। ସମାଜସେବୀ ଡ଼ ଚିନ୍ମୟାନନ୍ଦ ବଡ଼ଜେନାଙ୍କ ସଂଯୋଜନାରେ ମାରୁତି ନଗର ଡେପଲ୍ପମେଣ୍ଟ୍ କମିଟିର ହୃଷିକେଶ କର,…
Read Moreଖଣ୍ଡଗିରିରେ ଷ୍ଟାଇଲ୍ ବାଜାର ଉଦ୍ଘାଟିତ
ଭୁବନେଶ୍ବର,୧୯/୧୧- ଭାରତର ୯ଟି ରାଜ୍ୟରେ ଷ୍ଟାଇଲ୍ ବାଜାରରେ ୧୯୮ଟି ଷ୍ଟୋର ଥିବା ବେଳେ ଓଡ଼ିଶାରେ ଏହା ବିସ୍ତାର ଏକ ଅଗ୍ରଣୀ ଶୃଙ୍ଖଳିତ ଖୁଚୁରା ପୋଷାକ ବ୍ୟବସାୟ ୩୨ଟି ଷ୍ଟୋର ରହିଛି। ପୂର୍ବ ଭାରତର ଦ୍ରୁତତମ ବୃଦ୍ଧି ପାଉଥିବା ଫ୍ୟାଶନ୍ ବ୍ରାଣ୍ଡ ସୁଲଭ ମୂଲ୍ୟରେ ବିଭିନ୍ନ ଫ୍ୟାଶନ୍ ସହ ସମସ୍ତଙ୍କ ପାଇଁ ଉପଲବ୍ଧ ହୋଇପାରିଛି। ଏହି ଷ୍ଟାଇଲ୍ ବାଜାର ଖଣ୍ଡଗିରି ଛକର ବାରଭୁଜା ମାର୍କେଟ ନିକଟରେ ନୂତନ ଶୋରୂମ୍ ଉଦ୍ଘାଟିତ ହୋଇଛି । ବିଶିଷ୍ଟ ସମାଜସେବୀ ଅବସର ପ୍ରାପ୍ତ ଓଏଏସ ଦିବାକର ଦାଶ ଏହାକୁ ଉଦଘାଟନ କରିଥିବା ବେଳେ ଏଥିରେ, ଗୋବିନ୍ଦ ପଟେଲ, ବିଶିଷ୍ଟ ଅଭିନେତା ତଥା ଓଡିଶୀ ନୃତ୍ୟଶିଳ୍ପୀ ପ୍ରତିଭା ପଣ୍ଡା, ଦିଲ୍ଲୀପ ଦାସ, ପ୍ରମୋଦ କୁମାର ଦାସ, ଏହାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ରାମକୃଷ୍ଣ ପାତ୍ର, ନିର୍ଦେଶକ ଭଗବାନ ପ୍ରସାଦ, ଆଞ୍ଚଳିକ ମ୍ୟାନେଜର ମନାରଞ୍ଜନ ପରିଡ଼ା ପ୍ରମୁଖ…
Read More